ଟିପିସିଓଡିଏଲ ପକ୍ଷରୁ ମାର୍ଚ୍ଚ ୩୦ ଏବଂ ୩୧ ତାରିଖରେ ବକେୟା ସମାଧାନ ପାଇଁ ସ୍ୱତନ୍ତ୍ର ଶିବିରର ଆୟୋଜନ

Liked it! Share Now

ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ମାର୍ଚ୍ଚ ୩୦ ଏବଂ ୩୧, ୨୦୨୬ ରିଖରେ ଏହାର ସମସ୍ତ ସେବାଯୋଗାଣ ଅଞ୍ଚଳରେ ଏକ ଉପଭୋକ୍ତା ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ଏହି ଶିବିର ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ଦୀର୍ଘ ଦିନରୁ ପଡ଼ି ରହିଥିବା ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ସୁବିଧାଜନକ ମଞ୍ଚ ପାଇପାରିବେ।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଏକ ସ୍ୱଚ୍ଛ ‘ସିଙ୍ଗଲ-ୱିଣ୍ଡୋ’ ବ୍ୟବସ୍ଥା ମାଧ୍ୟମରେ ଶୀଘ୍ର ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରିବା।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୪, ୨୦୨୬ ରେ ଅନୁଷ୍ଠିତ ଲୋକ ଅଦାଲତରେ ଟିପିସିଓଡିଏଲ୍‌ ସଫଳତାର ସହ ୬,୬୦୦ ରୁ ଅଧିକ ମାମଲାର ତୁରନ୍ତ ସମାଧାନ କରିଥିଲା। ଏହାଦ୍ୱାରା ଉପଭୋକ୍ତାମାନେ ଏକ ସରଳ ଏବଂ ଅସୁବିଧାମୁକ୍ତ ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କର ଏନଫୋର୍ସମେଣ୍ଟ ସମ୍ବନ୍ଧୀୟ ବିବାଦଗୁଡ଼ିକୁ ସମାଧାନ କରିପାରିଥିଲେ, ଯାହା ବଡ଼ ଧରଣର ଅଭିଯୋଗ ସମାଧାନ କ୍ଷେତ୍ରରେ ଏହି ମଞ୍ଚର ପ୍ରଭାବଶାଳୀତାକୁ ପ୍ରମାଣିତ କରିଛି।
ଏହି ସଫଳତାକୁ ଆଧାର କରି, ଟିପିସିଓଡିଏଲ ପକ୍ଷରୁ ସେହି ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଇଛି ଯେଉଁମାନଙ୍କର ଏନଫୋର୍ସମେଣ୍ଟ ମାମଲା ବାକି ଅଛି, ସେମାନେ ଆଗାମୀ ଅଭିଯୋଗ ସମାଧାନ ଶିବିରରେ ଅଂଶଗ୍ରହଣ କରି ‘ଅନ୍-ଦି-ସ୍ପଟ୍’ ସମାଧାନର ସୁଯୋଗ ନିଅନ୍ତୁ। ଏହା ସେମାନଙ୍କୁ ଆଇନଗତ ଜଟିଳତାରୁ ରକ୍ଷା କରିବା ସହ ବିଦ୍ୟୁତ ବ୍ୟବହାରକୁ ନିୟମିତ କରିବାରେ ସାହାଯ୍ୟ କରିବ।
ଏହି ଶିବିର ସକାଳ ୯:୦୦ ରୁ ଅପରାହ୍ନ ୫:୦୦ ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସବ-ଡିଭିଜନ ଏବଂ ସେକ୍ସନ ଅଫିସରେ ଅନୁଷ୍ଠିତ ହେବ। ଏଥିପାଇଁ ଏନଫୋର୍ସମେଣ୍ଟ ଅଧିକାରୀ, ଆଇନ ବିଶେଷଜ୍ଞ ଏବଂ ସହାୟକ କର୍ମଚାରୀଙ୍କର ସ୍ୱତନ୍ତ୍ର ଟିମ୍ ଉପଭୋକ୍ତାମାନଙ୍କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ।
ଉପଭୋକ୍ତାମାନେ ଏହି ସମାଧାନ ଶିବିରରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା, ଆବଶ୍ୟକୀୟ ଦଲିଲ ଏବଂ ସମାଧାନ ପ୍ରକ୍ରିୟା ବିଷୟରେ ସମସ୍ତ ଟିପିସିଓଡିଏଲ ଅଫିସ୍ ଏବଂ ଗ୍ରାହକ ସେବା କେନ୍ଦ୍ରରୁ ସୂଚନା ପାଇପାରିବେ।
ଟିପିସିଓଡିଏଲ ସମସ୍ତ ବକେୟା ମାମଲା ଥିବା ଉପଭୋକ୍ତାମାନଙ୍କୁ ମାର୍ଚ୍ଚ ୩୦ ଏବଂ ୩୧, ୨୦୨୬ ତାରିଖର ଏହି ଶିବିରରେ ଯୋଗ ଦେବାକୁ ଏବଂ ଏହି ଅସୁବିଧାମୁକ୍ତ, ସିଙ୍ଗିଲ୍-ୱିଣ୍ଡୋ ସମାଧାନ ପ୍ରକ୍ରିୟାର ଲାଭ ଉଠାଇବାକୁ ନିବେଦନ କରିଛି।